ପେଥାଇ କଲା ଚାଷୀ ଙ୍କୁ ହତାଶ।

ତିତିଲର ତାଣ୍ଡବ ମନରୁ ଲିଭି ନଥିବା ବେଳେ ଏବେ ପେଥାଇ ଓଡ଼ିଶା ଚାଷୀଙ୍କ ପାଇଁ ନୂଆ ସଂକଟ ହୋଇ ସାମ୍ନାକୁ ଆସିଛି । ବାତ୍ୟା ପେଥାଇର ପ୍ରଭାବରେ ବର୍ଷା ହେବା ଯୋଗୁଁ ଅମଳ ହୋଇଥିବା ଧାନ ନଷ୍ଟ ହେବାକୁ ବସିଲାଣି । ଲୋକେ ବିଲ ର ଧାନ କୁ ପାଣି ରୁ ବାହାର କରିଥିବା ଦେଖି ବାକୁ ମିଳୁଛି । କୋହଳା ପାଗ ଏବଂ ଝିପି ଝିପି ବର୍ଷାରେ ଭିତରେ ନିଜ ପରିଶ୍ରମର ମୂଲ୍ୟ ସାଉଁଟିବାକୁ ଉଦ୍ୟମ କରୁଛି ଚାଷୀ । ପାଣି ଭିତରେ ବୁଡି ରହିଛି କଟାଧାନ । ଆଉ କେଉଁ କିଛି ଧାନକୁ ଅମଳ କରି ଖଳାରେ ସାଇତି ରଖିଥିଲା ଚାଷୀ, ତାହା ବି ବର୍ଷାରେ ଭିଜି ନଷ୍ଟ ହେବା ଉପରେ ପେଥାଇର ପ୍ରଭାବରେ ଉଜୁଡି ଯାଇଛି ଚିକିଟିନିର୍ବାଚନମଣ୍ଡଳୀ ଅଞ୍ଚଳର ଶହ ଶହ ଏକର ଧାନ ଖଳା ଓ ବିଲ ରେ ପଡ଼ି ରହିଛି । ଏହା ରାଜ୍ୟଯୋଜନା ମନ୍ତ୍ରୀଙ୍କ ଅଞ୍ଚଳହୋଇଥିବାବେଳେ ଅଦ୍ୟାବଧି ମଣ୍ଡିଖୋଲାଯାଇନାହିଁ l ଜନପ୍ରତିନିଧି ଆନ୍ଧ୍ରମାଫିଆଙ୍କ ଏଜେଣ୍ଟ ହୋଇ ମଣ୍ଡିଖୋଲାଯିବାପରିବର୍ତ୍ତେ ନିଜେ ଆନ୍ଧ୍ରକୁ ଶାଗମାଛ ଦରରେ ଚାଲାଣକରୁଛନ୍ତି l ବହୁ କଷ୍ଟରେ ଚକଡ଼ା ଦାଉରୁ ଯେଉଁ ଧାନକୁ ବଂଚାଇଥିଲା ଚାଷୀ, ତାହା ଏବେ ବର୍ଷ ମୁହଁରେ ପଡ଼ିଛି । ଅମଳ ହୋଇଥିବା ଧାନ ଖଳାରେ ହିଁ ଗଜା ହୋଇଗଲାଣି । ଅମଳ ହୋଇଥିବା ଧାନକୁ ଚାଷୀ ସୁରକ୍ଷିତ ରଖିବାକୁ ଦରିପାଲ ସିନା ଢ଼ାଙ୍କିଛି, ହେଲେ ତାହା ଯଥେଷ୍ଟ ହେଉନି,
ରାଜ୍ୟସରକାରଙ୍କ ଯୋଜନା ଯୋଜନାମନ୍ତ୍ରୀଙ୍କ ଅଂଚଳରେ ସାତସପନ ହୋଇପଡିଛି,

Leave a Reply

Your email address will not be published. Required fields are marked *