ଆସ ବୁଲି ଯିବା ତପ୍ତପାଣି

ଓଡ଼ିଶାର ଏହି ହିଲ୍‌ ଷ୍ଟେସନ୍‌ଟି ଗଞ୍ଜାମ ଜିଲାରେ ରହିଛି। ଏହା ଏକ ଉଷ୍ଣ ପ୍ରସବଣ କେନ୍ଦ୍ର। ତପ୍ତପାଣିର ଉଷ୍ଣ ଜଳରେ ସଲ୍‌ଫର୍‌ ଓ ଅନ୍ୟ ରାସାୟନିକ ଖଣିଜଦ୍ରବ୍ୟ ଭରି ଥିବାରୁ, ଏହାର ଔଷଧୀୟ ଗୁଣ ଅଧିକ। ଚର୍ମରୋଗୀଙ୍କ ପାଇଁ ଏହି ପାଣିରେ ଗାଧୋଇବା ଲାଭପ୍ରଦ ହୋଇଥାଏ । ଏହି ଉଷ୍ଣ ପ୍ରସବଣ ହିଁ ତପ୍ତପାଣିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।ଏଠାରେ ମଧ୍ୟ କାନ୍ଧୁଣୀ ଦେବୀଙ୍କ ମନ୍ଦିର ରହିଛି। ଲୋକ ବିଶ୍ୱାସ ଅଛି ଯେ ଏହି ମନ୍ଦିରର ଗୁଆ ଯାହାକୁ ମିଳେ, ତା’ର ମାନସିକ ପୂରଣ ହୁଏ । ଏଇ ଗୁଆକୁ ପୂର୍ବରୁ ଭକ୍ତମାନେ ଦେବୀଙ୍କୁ ଅର୍ପଣ କରିଥା’ନ୍ତି। ଏଠାରେ ଆପଣ ହରିଣ ପାର୍କ ମଧ୍ୟ ଦେଖିବାକୁ ପାଇବେ। ଏଠାରେ କୁଟିଆ କନ୍ଧ, ବଣ୍ଡା, ଡଙ୍ଗରା କନ୍ଧ ଓ ମାଳି ଆଦିବାସୀ ଭଳି ପ୍ରାଚୀନ ସମ୍ପ୍ରଦାୟର ଲୋକେ ଅଧିକ ରୁହନ୍ତି।ପାହାଡ଼ ଓ ବଣଜଙ୍ଗଲଭରା ତପ୍ତପାଣିର ପରିବେଶ ମଧ୍ୟ ପର୍ଯ୍ୟଟଙ୍କୁ ଆକର୍ଷିତ କରେ। ଓଡ଼ିଶା ସରକାରଙ୍କ ଦ୍ୱାରା ତପ୍ତପାଣିଠାରେ ପର୍ଯ୍ୟଟକଙ୍କ ପାଇଁ ପାନ୍ଥନିବାସର ବ୍ୟବସ୍ଥା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *