ଧାନ ଖଳା ନିଆଁ ରେ ପୋଡି ୩ ଶିଶୁ ଗୁରୁତର 

ଧାନ ଖଳା ନିଆଁ ରେ ପୋଡି ୩ ଶିଶୁ ଗୁରୁତର

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜମରା ଗ୍ରାମର ୩ ଜଣ ଶିଶୁ ଆଜି ଧାନ ଖଳାରେ ଖେଳୁଥିବା ସମୟରେ ନିଆଁ ରେ ପୋଡି ଗୁରୁତର ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦେହର ୮୦ ପ୍ରତିଶତ ଅଂଶ ପୋଡି ଯାଇଥିବା ବେଳେ ସେମାନଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ତିନି ଶିଶୁ ଙ୍କ ବୟସ ୫ ବର୍ଷ ପାଖାପାଖି ହେବ । ବିଜମରା ଗାଁ ର ହେମରାଜ ଦିଶାରୀ ଙ୍କ ଦୁଇ ଯାଆଁଳା ଝିଅ ରୋଜି ଦିଶାରୀ ଓ ଡେଜୀ ଦିଶାରୀ ଓ ଅନ୍ୟଜଣେ କୁଣ୍ଡିଗୁଡା ଗାଁର ରଚନା ରାଉତ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *