ଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍କୁ ସକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍କୁ ସକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବେନେଶ୍ୱର, ଦିଲ୍ଲୀ:ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ରେ ସଫଳତା ପାଇଁ ଅଭିନନ୍ଦନ ଜଣାଇଲେ
 ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ଏହି ଝିିଅମାନେ ପ୍ରମାଣିତ କରିଛନ୍ତି
ଭୁବନେଶ୍ୱର, ଡିସେମ୍ବର ୧୯ – ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତାର ଫାଇନାଲରେ ବିଜୟ ହାସଲ କରିବା ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ଙ୍କୁ ନୂଆଦିଲ୍ଲୀ ସ୍ଥିତ ବସଭବନରେ ସକ୍ଷାତ୍ କରି ସେମାନଙ୍କୁ ଶୁଭେଚ୍ଛା
ଜଣାଇଛନ୍ତି । ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମର ସଦସ୍ୟଙ୍କୁ
ସକ୍ଷାତ୍ କରି ଆନନ୍ଦିତ । ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତା ଫାଇନାଲରେ ଓଡିଶା ଦଳ ଜିତିଥିବାରୁ ଅଭିନନ୍ଦନ । ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ଏହି ଝିଅମାନେ ତାହା ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ
କରିଛନ୍ତି ।

Leave a Reply

Your email address will not be published. Required fields are marked *