ଦିଗପହଣ୍ଡି ପୋଲିସ ର ଏନକାଉଣ୍ଟର ରେ ଆହତ ଦୁର୍ଦାନ୍ତ ଜୟ ପ୍ରଧାନ

ଦିଗପହଣ୍ଡି :- ପୋଲିସ ଗୁଳିର ଶୀକାର ହୋଇଛି ଦୁର୍ଦାନ୍ତ ଅପରାଧୀ ଜୟ ପ୍ରଧାନ। ଆହତ ଜୟର ଘର କେ ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇରେ। ଆଜି ସକାଳ ସାଢ଼େ ୭ ଟା ସମୟରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ତାଳପଡା କୁକୁଡ଼ା ଫାର୍ମ ନିକଟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ଅପରାଧୀ ଜୟ ପ୍ରଧାନ ଓ ତାର ସହଯୋଗୀ ଅମିତ୍ ଦାସ ଗିରଫଦାରୀକୁ ଏଡାଇବାକୁ ଯାଇ ପୋଲିସ ଉପରକୁ ବୋମା ମାଡ଼ କରିବା ସହ ଗୁଳି ଚାଳନା କରିଥିଲେ। ପୋଲିସ ପକ୍ଷରୁ ହୋଇଥିବା ପାଲଟା ଗୁଳିଚାଳନରେ ଦୁର୍ଦାନ୍ତ ଅପରାଧୀ ଜୟ ପ୍ରଧାନ ଗୁରୁତର ଆହତ ହୋଇଛି ଏବଂ ବ୍ରହ୍ମପୁର ସଦର ଇଲାକା ର ଦୁର୍ଦାନ୍ତ ଅପରାଧି ଅମିତ୍ ଦାସ ଖସି ଯିବା ରେ ସକ୍ଷମ ହୋଇଛି । ଜୟ ର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଜୟକୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଜୟ ଠାରୁ ପୋଲିସ ଗୋଟିଏ ମୋଟର ସାଇକେଲ, ଗୋଟିଏ ଦେଶୀ ପିସ୍ତଲ, 3ଟି ଖୋଖା ଓ ୪ ବୋମା ଜବତ କରିଛି। ଘଟଣା ସ୍ଥଳରୁ ଜୟର ଅନ୍ୟଜଣେ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛି। ଆହତ ଜୟ ନାମରେ ଗଂଜାମ,ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ୧୦ ରୁ ଅଧିକ ସଙ୍ଗିନ ଅପରାଧିକ ମାମଲା ରହିଛି। ଆଜି ହୋଇଥିବା ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦିଗପହଣ୍ଡି ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ସମେତ ୫ ଜଣ ପୋଲିସ କର୍ମ ଚାରି ଆହତ ହୋଇ ଛନ୍ତି ସେମାନେ ହେଲେ ଏସ୍ଆଇ ସୀମାଞ୍ଚଳ ମିଶ୍ର , କୃଷ୍ଣଚନ୍ଦ୍ର ଗୋୖଡ , ଜୟରାମ ଡାକୁଆ , ସଲାମତ ଖାନ , କେଶବ ବିସୋଇ଼ , ଆହତ ହୋଇଛନ୍ତି ।ଏକ ସପ୍ତାହ ପୂର୍ବେ ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟ। ଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲା ରେ ଫେରାର ଥିଲା ଜୟ ।ଘଟଣା ସ୍ଥଳରୁ ଫେରାର ଥିବା ଜୟର ସହଯୋଗୀକୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।ବ୍ରହ୍ମପୁର ଓ ଗଂଜାମ ପୋଲିସ ପକ୍ଷରୁ ଜାରି ରହିଥିବା ଅପରେସନ କ୍ଲିନ କ୍ରାଇମର ଏହା ହେଉଛି 55ତମ ଏନକାଉଣ୍ଟର ଓ 59ତମ ଶୀକାର ହୋଇଛି ଅପରାଧୀ ଜୟ ପ୍ରଧାନ।

Leave a Reply

Your email address will not be published. Required fields are marked *