ଡାକ୍ତରଙ୍କ ଘରୁ ଚୋରି ଘଟଣାରେ ଜଣେ ଗିରଫ


ଭୁବନେଶ୍ବର, ପିି


ଭୁୁୁବନେଶ୍ୱ:ଡାକ୍ତରଙ୍କ ଘରୁ ଚୋରି ଘଟଣାରେ ଲକ୍ଷ୍ମୀ ସାଗର ପୋଲିସ ରବିବାର ଜଣେ ଯୁବକଙ୍କୁ ଗିରଫ କରିଛି୤ ଗିରଫ ଯୁବକ ଜଣକ ହେଲା ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ବସ୍ତିରେ ରହୁଥିବା ଦୀପୁ ଛତ୍ରୀ୤ ତାକୁ ଲକ୍ଷ୍ମୀସାଗର ଥାନା ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଛି୤ ଉଲ୍ଲେଖ ଥାଉ କି, ଗତ ନଭେମ୍ବର ୨୫ରେ କଟକରୋଡ ନିକଟରେ ରହୁଥିବା ଡାକ୍ତର ପରେଶ କୁମାର ପଟ୍ଟନାୟକଙ୍କ ପରିବାର ସହ ରାଜ୍ୟ ବାହାରକୁ ବୁଲିବାକୁ ଯାଇଥିବାବେଳେ ଦୀପୁ ତାଙ୍କ ଘର ତାଲା ଭାଙ୍ଗି ସୁନା ଅଳଙ୍କାର, ୧ଲକ୍ଷ ଟଙ୍କା, ଦୁଇଟି ଲ୍ୟାପଟପ୍ ଓ ୨ଟି ଫୋନ ଚୋରି କରିନେଇଥିଲା୤ ଡାକ୍ତର ପରେଶ ଭୁବନେଶ୍ୱର ଫେରିବା ପରେ ଏନେଇ ଥାନାରେ ଲିଖÒତ ଅଭିଯୋଗ କରିଥÒଲେ୤ ପୋଲିସ ଏନେଇ କେସ୍ ନଂ ୩୦୬/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥÒଲା୤ ତେବେ ରବିବାର ପୋଲିସ୍ ଉକ୍ତ ଅଭିଯୁକ୍ତକୁ ଗିରଫ କରି ତା ନିକଟରୁ ୪୫ ଗ୍ରାମ ସୁନା, ୪୦ହଜାର ଟଙ୍କା ସହ ଏକ ଆକ୍ଟିଭା(ନଂ-ଓଡି୦୨ଏ୨୯୭୦୩) ଜବତ କରିଛି୤ ପୂର୍ବରୁ ଦୀପୁ ନାଁରେ ଲକ୍ଷ୍ମୀସାଗର ଥାନାରେ ୩ଟି ମାମଲା ରହିଛି ବୋଲି ଜଣାପଡ଼ିଛି୤

Leave a Reply

Your email address will not be published. Required fields are marked *