ଟିଭି ଦେଖିବା ମହଙ୍ଗା ପଡ଼ିପାରେ ।

 ନୂଆବର୍ଷରେ ଆପଣଙ୍କୁ ଟିଭି ଦେଖିବା ମହଙ୍ଗା ପଡ଼ିପାରେ। ଆପଣଙ୍କ ବିଲ୍‌ ଓ ଡିଟିଏଚ୍‌ର ମାସିକ ଖର୍ଚ୍ଚ ବି ବୃଦ୍ଧି ପାଇପାରେ। ଟ୍ରାଇର ନୂଆ ନିୟମ କାରଣରୁ ଟିଭି ଦେଖିବା ମହଙ୍ଗା ପଡ଼ିପାରେ। କେବଳ ଏତିକି ନୁହେଁ, ନୂଆ ବର୍ଷରୁ ଆପଣ ସେହି ଚାନେଲ୍‌ ପାଇଁ ଟଙ୍କା ଦେବେ ଯାହାକୁ ଆପଣ ଦେଖିବାକୁ ଚାହୁଁଛନ୍ତି। ଜାନୁଆରି ୧ରୁ ଆପଣଙ୍କୁୁ ପ୍ରତି ଚାନେଲ ଏମ୍‌ଆରପି ଉପରେ ହିଁ କିଣିବାକୁ ପଡ଼ିବ।

ପ୍ରକାଶିତ ରିପୋର୍ଟ ମୁତାବକ, ଟେଲିକମ୍‌ ରେଗୁଲେଟରି ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) କେବୁଲ ଓ ଡିଟିଏଚ୍‌ ପାଇଁ ନୂଆ ଗାଇଡଲାଇନ୍‌ ଆଣୁଛି, ଯାହାକି ଜାନୁଆରି ୨୦୧୯ରୁ ଲାଗୁ ହେବ। ନୂଆ ଗାଇଡ ଲାଇନ୍‌ ହେତୁ ଆପଣଙ୍କ କେବୁଲ ବିଲ୍‌ ବୃଦ୍ଧି ପାଇବ। ଆପଣଙ୍କ ଖର୍ଚ୍ଚରୁ ୨୦୦ରୁ ୪୦୦ଟଙ୍କା ଅଧିକ ହେବ। ଏଥିସହିତ ମାଗଣା ଚାନେଲ୍‌ ପାଇଁ ବି ଟଙ୍କା ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *