ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ।

ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ।ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ବୌଦ୍ଧ ଜିଲ୍ଲା ସରସରା ଗ୍ରାମରେ । ଆଜି ସକାଳୁ ଆଂଶିକ ବର୍ଷା ଯୋଗୁଁ ବିଲରେ ପଡିଥିବା ଧାନ ପେଟା ଉଠାଇବାକୁ କେନ୍ଦ୍ର କରି କିଛି ସମୟ ଶ୍ବଶୁର ଓ ଜ୍ୱାଇଁ ମଧ୍ୟରେ ବଚସା ହୋଇଥିଲା।ଏଥିରେ ଜ୍ୱାଇଁ ଉତ୍ୟକ୍ତ ହୋଇ ପାଖରେ ଥିବା ଏକ ଟାଙ୍ଗିଆ ରେ ଶ୍ବଶୁର ଙ୍କୁ ହତ୍ୟା କରିଥିଲେ । ମୃତକ ଜଣଙ୍କ ହେଲେ ଘୁଣ୍ଡୁ ବାରିକ ଓ ହତ୍ୟାକାରୀ ଜ୍ୱାଇଁ ହେଲେ ପଙ୍କଜ ସେଠୀ । ହତ୍ୟା କରି ଫେରାର ହେଇଯାଉଥିବା ବେଳେ ଗ୍ରାମବାସୀ ଅଭିଯୁକ୍ତ କୁ କାବୁ କରି ପୋଲିସ ଜିମା ଦେଇଥିଲେ । ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଁଚି ଶବକୁ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *