ଜଙ୍ଗଲ ଅଧିକାରରେ ମହିଳାଙ୍କ ଭାଗୀଦାରକୁ ନେଇ ଦାବି

ଜଙ୍ଗଲ ଅଧିକାରରେ ମହିଳାଙ୍କ ଭାଗୀଦାରକୁ ନେଇ ଦାବି

ଭୁବନେଶ୍ୱର:ଜଙ୍ଗଲ ଅଧିକାର ଆଇନ ୨୦୦୬ ରେ ଜମି, ଜଙ୍ଗଲ ଓ ପ୍ରକୃତିକ ସମ୍ପଦ ଉପରେ ମହିଳାଙ୍କର ସମାନ ଅଧିକାରକୁ ନେଇ ୧୦ ଦଫା ସମ୍ବଳିତ ଦାବି ନେଇ ଆଦିବାସୀ ମହିଳା ସଂଗଠନ ପ୍ରତିନିଧିମାନେ ଆଜି ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଗୁଜୁରାଟ, ଛତିଶଗଡ ଓ ଓଡିଶା ରୁ ମହିଳା ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଅକ୍ସଫାମ ଇଣ୍ଡିଆ ଓ ଅନ୍ୟ ସହଯୋଗୀ ଅନୁଷ୍ଠାନ ମାନଙ୍କ ତରଫରୁ ଭୁବନେଶ୍ବର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ ମହିଳା ଓ ବନ ଅଧିକାର କାର‌୍ୟ୍ୟକ୍ରମରେ ଦେଶର ୮ ଟି ରାଜ୍ୟ ରୁ ଆସିଥିବା ୨୫୦ ରୁ ଅଧିକ ମହିଳା ଏ ବିଷୟରେ ଆଲୋଚନା କରିବା ସହ ସେମାନେ ସମ୍ମୁଖିନ୍ନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ।
ଜଙ୍ଗଲ ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ମହିଳା ମାନଙ୍କର ଯଥେଷ୍ଟ ଯୋଗଦାନ ଥିଲେ ମଧ୍ୟ ଜଙ୍ଗଲ ଜମି ପଟ୍ଟା ପାଇବା କ୍ଷେତ୍ରରେ ମହିଳା ମାନେ ଏବେ ମଧ୍ୟ ସମାନ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଜାତୀୟ ଅଧିବେଶନରେ ମତ ପ୍ରକାଶ ପାଇଛି। ଏପରିକି ମହିଳାମାନଙ୍କର ସହଭାଗୀତା ବିନା ଗ୍ରାମସଭାରେ ଜଙ୍ଗଲ ଜମି ସମ୍ବନ୍ଧୀୟ ଅନେକ ପ୍ରସ୍ତାବ ପରୀତ ହୋଇଯାଉଛି। ଏହିଭଳି ସ୍ଥିତିରେ ଆଦିବାସୀ ଓ ଦଳିତ ମହିଳା ମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତିରେ ସୁଧାର ଆସିପାରୁ ନାହିଁ ଏହି ଅଧିବେଶନରେ ସେମାନେ ଶିଲ୍ପ ପାଇଁ ହେଉଥିବା ଗଛକଟା ଏବଂ ଏଥି ପାଇଁ ସେମାନେ ହରାଉଥିବା ଜୀବିକାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।
ଜାତୀୟ ଅଧିବେଶନର ପ୍ରଥମ ଦିବସରେ ରାଜ୍ୟ ସୂଚନା କମିଶନର ଶଶି ପ୍ରଭା ବିନ୍ଧାଣି , ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଉପଦେଷ୍ଠ ଶ୍ରୀ ସୁଜିତ କୁମାର , ଆଦିବାସୀ ଏକଟା ମଞ୍ଚାର ଅନ୍ନ କୁଜୁର ଯୋଗ ଦେଇ ମହିଳା ମାନଙ୍କର ଜଙ୍ଗଲ ଅଧିକାର ଆଇନ ଉପରେ ଗୁରୁତ୍ଵ ଦେଇ ଥିଲେ।

Leave a Reply

Your email address will not be published. Required fields are marked *