ଘର ଭିତରୁ ବାହାରିଲା

ଘର ଭିତରୁ ଉଦ୍ଧାର ହେଲା ୧୯ ଫୁଟର ଅହିରାଜ । ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଖ ବାଳିଆପାଳ ଗାଁରୁ ଏହି ବିଶାଳକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି । ଗତକାଲି ସଂଧ୍ୟାରେ ଖାଇପିଇ ଶୋଇବାକୁ ଯିବା ବେଳେ ପରିବାର ଲୋକେ ଏହି ବିଶାଳକାୟ ଅହିରାଜକୁ ଦେଖିଥିଲେ । ଘର ଭିତରେ ଅହିରାଜ ସାପକୁ ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡିଥିଲେ । ତୁରନ୍ତ ଗାଁ ଲୋକେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଂଚି ଘର ଭିତରୁ ୧୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *