ଗାଁରେ ଘର କଲେ ନେବାକୁ ପଡ଼ିବ ଅନୁମତି

ଗାଁରେ ଘର କଲେ ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ୱରସ :ଭଳି ଗାଁ ଲୋକମାନଙ୍କୁ ମଧ୍ୟ ନିଜ ଘର କରିବା ପାଇଁ ଅନୁମତି ନେବାକୁ ପଡ଼ିବ। ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତିଯେ, ଗାଁରେ ଯେଉଁ ଲୋକମାନେ ଜି+୨ ବା ଦ୍ୱିତୀୟ ମହଲା ନିର୍ମାଣ କରିବେ ସେମାନଙ୍କୁ ଅନୁମତି ନେବାକୁ ପଡ଼ିବ। ନିଜ ନିଜର ପଞ୍ଚାୟତ ସମିତି ବା ବ୍ଲକରେ ଲୋକମାନେ ଏନେଇ ଆବେଦନ କରିବେ। ପଞ୍ଚାୟତ ସମିତିର ଅନୁମତି ମିଳିବା ପରେ ହିଁ ଯାଇ ବ୍ୟକ୍ତି ଘର ନିର୍ମାଣ କରିପାରିବେ। ଉପଯୁକ୍ତ ଯୋଜନା ସହ ଅନୁମତି ନଆଣି ଯେଉଁମାନେ ଘର ନକରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଗାଁ ଓ ସହର ନିକଟବର୍ତୀ ଅଞ୍ଚଳରେ କେତେକ ବ୍ୟକ୍ତି ବାଣିଜ୍ୟ ପାଇଁ ଘର ବି ନିର୍ମାଣ କରୁଛନ୍ତି। ଏସବୁକୁ ଆଖିଆଗରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି।

Leave a Reply

Your email address will not be published. Required fields are marked *