କୁଳାଙ୍ଗର ପୁଅ। ମାଆକୁ ଚାପଡରେ ହାଣି ହତ୍ୟା କଲା ପୁଅ।

କେନ୍ଦ୍ରାପଡା ଡେରାବିଶ ଥାନା ଦୁମୁକା ରେ ଘଟିଛି ଅଭାବନୀୟ ଘଟଣା।ପୁଅର ଚାପଡ ଚୋଟରେ ମାଆ ର ମୃତ୍ୟୁ ।ମାଆ ତୁଳସୀ କାଣ୍ଡିଙ୍କ କ୍ଷତ ଦେହ କୁ କୁକୁଡା ଫାର୍ମ ନିକଟରୁ ଉଧାର କରି ମେଡିକାଲ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ଚାପିଦେବାକୁ ଚାଲିଥିବା ଉଦ୍ୟମ ବିଫଳ ।

ଡେରାବିଶ ଥାନା ପୋଲିସ୍ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରିଛନ୍ତି ।ହତ୍ୟା ଘଟଣାରେ ପୁଅ କମଳାକାନ୍ତ କାଣ୍ଡି (ତପନ) ର ସମ୍ପୃକ୍ତି ଥିବାର ପ୍ରମାଣ ପାଇଛି ପୋଲିସ ।ବିବାହିତା ଭଉଣୀ ବାପ ଘରେ ଦିର୍ଘଦିନରୁ ରହୁଥିବାରୁ ଘରେ ବିଶୃଙ୍ଖଳା ଲାଗିରହିଥିଲା।ଏଥିପାଇଁ କମଳାକାନ୍ତ ଓ ମାଆ ମଧ୍ୟରେ ପାଟିତୁଣ୍ଡ ଲାଗୁଥିଲା।ସୁଯୋଗ ଦେଖି ମାଆ କୁ ହତ୍ୟା କରି ଘଟଣାର ଦିଗ ବଦଳାଇବା ପାଇଁ ଚେଷ୍ଟା କରି ବିଫଳ ହେଲା କମଳାକାନ୍ତ ।ଡେରାବିଶ ପୋଲିସ ହତ୍ୟାକାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *