କୁଆଡେ ଯିବେ ବୈଜୟନ୍ତ…

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କୁଆଡ଼େ ଯିବେ ତାକୁ ନେଇ ଦୀର୍ଘଦିନ ଧରି ସେ ସସ୍ପେନ୍ସରେ ରଖିଆସିଛନ୍ତି । ନିକଟରେ ସେ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ସେଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଖୁବଶୀଘ୍ର ସେ ତାଙ୍କ ମତାମତ ଜଣାଇବେ ବୋଲି କହିଥିଲେ । ଏବେ ଗଣମାଧ୍ୟମରେ ଏକ ନୂଆ କଥା ପଦାକୁ ଆସିଛି । ଏଥିରେ କୁହାଯାଉଛି ବୈଜୟନ୍ତ କୁଆଡ଼େ କଂଗ୍ରେସରେ ଯୋଗଦେବେ । ଏକଥା ରାଜନୀତିକ ମହଲରେ ଜୋରଦାର ଆଲୋଚନା ହେଉଛି । ଏ ବିଷୟକୁ ଅନେକ ଗ୍ରହଣ କରିପାରୁ ନ ଥିଲେ ମଧ୍ୟ କଥାଟା ସତ ଓ ସେଇଆଡ଼କୁ ଯାଉଛି ବୋଲି କିଛି ବରିଷ୍ଠ ରାଜନେତା ମତ ରଖିଛନ୍ତି । ଏହା କେତେଦୂର ବାସ୍ତବ ରୂପରେଖ ନେଉଛି ବୈଜୟନ୍ତଙ୍କ ଘୋଷଣା ପରେ କଥା ସ୍ପଷ୍ଟ ହେବ । ଏ କଥାରେ ସତ୍ୟତା ଥିବା ନେଇ ମତ ରଖୁଥିବା ନେତାବି ଯୁକ୍ତି ରଖୁଛନ୍ତି । ଏହା ବି କହୁଛନ୍ତି ବୈଜୟନ୍ତ କଂଗ୍ରେସରେ ଯୋଗଦେବେ ଓ କେନ୍ଦ୍ରାପଡ଼ା ଲୋକସଭାରୁ ଲଢ଼ିବେ । ଏପରି ହେଲେ ରାଜନୈତିକ ଗଣିତ ବହୁ ଓଲଟପାଲଟ ହୋଇଯିବ ।

Leave a Reply

Your email address will not be published. Required fields are marked *