ଏକାମ୍ର ହାଟର ଗାଉଁଲି ପରିବେଶ ଓ ସୌନ୍ଦର୍ଯ୍ୟ ନଷ୍ଟ ନହେଉ

ଏକାମ୍ର ହାଟର ଗାଉଁଲି ପରିବେଶ ଓ ସୌନ୍ଦର୍ଯ୍ୟ ନଷ୍ଟ ନହେଉ

ଭୁୁବନେଶ୍ୱର ତା ୧୦/୦୭- ରାଜଧାନୀ ଭୁବନେଶ୍ୱରରେ ଏକ ଗାଉଁଲି ପରିବେଶ ସହ ସବୁଜିମାରେ ପରିପୂଣ୍ଣଁ ହସ୍ତଶିଳ୍ପ ଓ ହସ୍ତକଳାର ପ୍ରଦର୍ଶନ ସ୍ଥଳ ଏକାମ୍ର ହାଟ । ମାଳମାଳ ହସ୍ତକଳାର ଦୋକାନ ସହ ରୁଚିପୂଣ୍ôଣ ଭୋଜନାଳୟ ଓ ଘାସକୁଦ,ପୁଷ୍କରିଣୀରେ ଶୋଭିତ ଏହି ସ୍ଥଳ ଭୂବନେଶ୍ୱରର ଏକ ମନଲୋଭା ସ୍ଥାନ । ଏଠିକାର ମୁକ୍ତାକାଶ ମ ମଧ୍ୟ ଅନ୍ୟ ଏକ ଆକର୍ଷଣ । ମାତ୍ର ଇଡକୋ ଠାରୁ ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ବିଭାଗ ଏହାର ପରିଚାଳନା ଦାୟିତ୍ୱ ନେବା ପରେ ଘାସକୁଦ, ବୃକ୍ଷଲତା, ପୁଷ୍କରିଣୀ ଆଦିକୁ ଭାଙ୍ଗି ଅଧିକ ଦୋକାନ ନିର୍ମାଣ ସହ ପ୍ରବେଶ ପାଇଁ କଟକଣା କରିବାର ସମସ୍ତ ପ୍ରସ୍ତୁତି ଚାଲିଥିବାର ଖବର ମିଳୁଛି । ଅଧିକ ଦୋକାନ ଘର ନିର୍ମାଣ କରି ଏହାକୁ ସଂକୀର୍ଣ୍ଣ କରିବା ସହ ଘାସକୁଦ ଗୁଡିକୁ ତାଡି ସେ ସ୍ଥାନରେ ମଧ୍ୟ ଅସ୍ଥାୟୀ ଦୋକାନ ପିଣ୍ଡି ନିର୍ମାଣ ପାଇଁ ମସୁଧାର ଖବର ମିଳୁଛି । ଏହା ସହ ପ୍ରବେଶ ଶୁଳ୍କ ଲଗାଇ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ବାଧା ଦେବାର ଯୋଜନା ମଧ୍ୟ ହୋଇଛି ।ଏ ସଂପର୍କରେ ବିଭାଗୀୟ ଯୁଗ୍ମ ସଚିବ ମଧ୍ୟ ସମ୍ବାଦ ପତ୍ରକୁ ଦେଇଥିବା ସୂଚନାରେ ସୁରାଗ ମିଳୁଛି । ଆଜି ପ୍ରକାଶିତ ଖବର ଅନୁଯାୟୀ ଏକାମ୍ର ହାଟରେ ସ୍ଥାନାଭାବ ସ୍େୱ ୧୦ଟି ପିଣ୍ଡି ନିର୍ମାଣ ପାଇଁ ସୂଚନା ସେ ଦେଇଛନ୍ତି ।
ଏକାମ୍ର ହାଟର ସୌନ୍ଦର୍ଯ୍ୟ ରକ୍ଷା ଓ ବିକାଶ ପାଇଁ କିଛି ଏକାମ୍ର ହାଟପ୍ରେମୀ ଏକାମ୍ର ହାଟ ବିକାଶ ମ ଗଠନ ସହ ଏହାର ରକ୍ଷା ପାଇଁ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ପାଇଁ ନିଷ୍ପି ନେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ମର ଆବାହକ ଆଡଭୋକେଟ୍ ବନ ମହାନ୍ତି, ଯୁଗ୍ମ ଆବାହକ ଦେବ ପ୍ରସାଦ ପରିଜା, ସାମ୍ବାଦିକ ଗିରିଜା ଦାଶ, ବେତାର ବ୍ୟକ୍ତିତ୍ୱ ସୁବ୍ରତ ପତି, ଶିଳ୍ପୀ ଚିନ୍ତାମଣି ବିଶ୍ୱାଳ ଆଦି ଉପସ୍ଥିତ ରହି ଏ ସଂପର୍କରେ ସୂଚନା ଦେଇଛନ୍ତି ।ଆଗକୁ ଆନ୍ଦୋଳନର ରୂପରେଖ ନିର୍ଣ୍ଣୟ କରାଯିବ ବୋଲି ଆୟୋଜକମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *