ଏକାମ୍ର ହାଟରେ ଓଡ଼ିଆ ମହୋତ୍ସବ-୨୦୨୦ର ଉଦ୍‌ଘାଟନୀ ଉତ୍ସବ

ଏକାମ୍ର ହାଟରେ
ଓଡ଼ିଆ ମହୋତ୍ସବ-୨୦୨୦ର ଉଦ୍‌ଘାଟନୀ ଉତ୍ସବ
ଭୁବେନେଶ୍ୱର:ଜାନୁଆରୀ-୧୫,ଏକାମ୍ର ହାଟରେ
ଓଡ଼ିଆ ମହୋତ୍ସବ-୨୦୨୦ର ଉଦ୍‌ଘାଟନୀ ଉତ୍ସବ
ଓ ପ୍ରଣବ ସଂଗୀତ ପ୍ରତିଯୋଗିତା
ମହାଶୟ.
ସଂଭାବନା ଆରମ୍ଭ କରିଥିବା ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଏକ ନିଆରା ଅଭିଯାନ ୧୫ ବର୍ଷରେ ପôହଛି । ୨୦୦୬ରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ପ୍ରମୁଖ କାର୍ଯ୍ୟକ୍ରମ ଓଡ଼ିଆ ମହୋତ୍ସବ । ଏହି ମହୋତ୍ସବର ମୁଖ୍ୟ ବିଭବ ତଥା ଆକର୍ଷଣ ହେଉଛି,ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା । ପ୍ରତିଯୋଗିତା ଛଳରେ ଓଡ଼ିଆତ୍ୱକୁ ପ୍ରଥା ଓ ପରମ୍ପରା ମଧ୍ୟରେ ଜୀବିତ ରଖିଥିବା ଓଡ଼ିଆଣୀଙ୍କୁ ସଗର୍ବେ ଉପସ୍ଥାପନ ସହ ସମ୍ବର୍ଦ୍ଧିତ କରିବା ହିଁ ଏହାର ଆଭିମୁଖ୍ୟ ।
ଓଡ଼ିଆ ଜନଜୀବନରେ ବନ୍ଧୁତ୍ୱ ଦିବସ ରୂପେ ପାଳିତ ହେଉଥିବା ମକର ସଂକ୍ରନ୍ତିରୁ ଆରମ୍ଭ ହୋଇ ଓଡ଼ିଆ ନୂଆବର୍ଷ ବିଷୁବ ସଂକ୍ତାନ୍ତିରେ ଶେଷ ହେଉଥିବା ଏହି ମହୋତ୍ସବର ପଦଶ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ଆସନ୍ତା କାଲି ମକର ସଂକ୍ରାନ୍ତିର ବିଶେଷ ଅବସରରେ ଏକାମ୍ର ହାଟଠାରେ ସଂଧ୍ୟାରେ ଆରମ୍ଭ ହେବ । ୨୦୧୯ର ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ମୀନା ପାଣିଗ୍ରାହୀ ଏହାକୁ ଉଦ୍‌ଘାଟନ କରିବା ବେଳେ ପ୍ରମୁଖ ଅତିଥି ଭାବେ ପ୍ରଖ୍ୟାତ ସଂଗୀତ ଶିଳ୍ପୀ ଶ୍ରୀଯୁକ୍ତ ପ୍ରଣବ କିଶୋର ପଟ୍ଟନାୟକ, ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ ଓ ଚିକିତ୍ସକ ତଥା ଭାଷାପ୍ରେମୀ ଡା.ଦେବାଶିଷ ଜ୍ୟୋଷ୍ଠୀ ପ୍ରମୁଖ ଉପସ୍ଥିତ ରହିବେ ।
ଚଳିତ ବର୍ଷ ଏହି ଅବସରରେ ପ୍ରଣବ ସଂଗୀତ ପ୍ରତିଯୋଗିତା ସହ ବନ୍ଧୁତ୍ୱ ଆଧାରିତ ସଂଗୀତ ଓ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ବିଗତ ୧୪ବର୍ଷର ଶ୍ରେଷ୍ଠ ଓଡ଼ିଆଣୀମାନଙ୍କୁ ମରେ ସମ୍ବର୍ଦ୍ଧିତ କରାଯିବା ସହ ପାରମ୍ପରିକ ମକର ଚାଉଳ ପରିବେଷିତ ହେବ ।
ଆପଣ ଦୟାକରି ଏହି କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ଆସନ୍ତା କାଲି ଜାନୁଆରୀ-୧୫ ତାରିଖ,ସଂଧ୍ୟା ୭ଘଟିକା ସମୟରେ ଏକାମ୍ର ହାଟକୁ ପ୍ରତିନିଧି ଓ କ୍ୟାମେରା ଟିମ୍ ପଠାଇ ଆମକୁ ଉତ୍ସାହିତ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *