ଏଓଡିଏସ୍ଓ ଛାତ୍ରସଂଘ ତରଫରୁ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଏଓଡିଏସ୍ଓ ଛାତ୍ରସଂଘ ତରଫରୁ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ


ଭୁବେନେଶ୍ୱର: ଅଲ ଓଡିଶା ଡିପ୍ଳୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସ୍ଓ) ଛାତ୍ରସଂଘର ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକଙ୍କ ନିକଟରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରାୟ ୧୨ ହଜାରରୁ ଉର୍ଦ୍ଧ ଡିପ୍ଳୋମା ଛାତ୍ରଛାତ୍ରୀଙ୍କ ବିଭିନ୍ନ ଅସୁବିଧାର ସମାଧାନ ପାଇଁ ଛାତ୍ରସଂଘ ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଶ୍ର ନାୟକ ଛାତ୍ରଛାତ୍ରୀଙ୍କ ଥିବା ସମସ୍ୟା ଉପରେ ଆଲୋଚନା କରିବା ସହ ସମସ୍ୟାର ଯଥାଶିଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ଛାତ୍ରଛାତ୍ରୀମାନେ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ ।
ଛାତ୍ରସଂଘର ଉପପ୍ରତିଷ୍ଠାତା ତାରିଣୀ ପ୍ରସାଦ ନାୟକ ଓ ବାସୁଦେବ ସା ଙ୍କ ନେତୃତ୍ୱରେ ଉପଦେଷ୍ଟା ଆଲୋକ କୁମାର ବେହେରାଙ୍କ ସହ ଅନନ୍ତ ନାରାୟଣ ଜେନା, ପବନ କୁମାର ସ୍ୱାଇଁ, ସ୍ମୃତିରାଜ ମହାନ୍ତି, ବିକାଶ ପଣ୍ଡା, ଅଜୟ କୁମାର, ପ୍ରିତିସ୍ କୁମାର ପାଢୀ, ଆଚାର୍ଯ୍ୟ ରକି ପ୍ରିୟଦର୍ଶନ, ଚନ୍ଦ୍ରଶେଖର ସାହୁ, ରାକେଶ ପଟ୍ଟନାୟକ, ସମ୍ବିତ ମହାପାତ୍ର, ହିତାଶୁଂ ଭୁଷଣ ବଳ, ଯୋଗେଶ୍ୱର ମହାପାତ୍ର, ସୁବ୍ରତ କୁମାର ମହାପାତ୍ର, ଆକାଶ କୁମାର ସାହୁ, ଚିନ୍ମୟ ଦାସ, ସୁଭମ ସ୍ୱାଇଁ, ରମ୍ୟ ରଞ୍ଜନ ମଲ୍ଲିକ, ସୋମ୍ୟ ରଞ୍ଜନ ସାମଲ, ବିବେକାନନ୍ଦ ନାୟକ, ବିଶ୍ୱଜିତ୍ ସାହୁ, ପ୍ରଭାତ, ସୌରଭ, ପ୍ରସାଦ ଆଦି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *