ଉର୍ଜରୀ ସାମାଜିକ ସେବା ଟ୍ରଷ୍ଟ

ଉର୍ଜରୀ ସାମାଜିକ ସେବା ଟ୍ରଷ୍ଟ

ଭୁବେନେଶ୍ୱର: ଆଜି ସ୍ଥାନୀୟ ଏକ ସଙ୍ଘଠନ ରେ ଓଡିଶାର ଅସହାୟ ଶ୍ରମିକ, ପଛୁଆ ବର୍ଗ, ଆଦିବାସୀ, ହରିଜନ, ବେସାହାରା, ଅନାଥ ପିଲା, ନିରକ୍ଷର ପୁରୁଷ ଓ ମହିଳାମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ଉଦେଶ୍ୟରେ ଉର୍ଜରୀ ସାମାଜିକ ସେବା ଟ୍ରଷ୍ଟ ତାର ଓଡ଼ିଶାରେ ସେବା କାର୍ଯ୍ୟ ଶୁଭାରମ୍ଭ କରିବାକୁ ଯାଉଛି. ଓଡ଼ିଶାରେ ପାଗଳଖାନା, ଡାକ୍ତରଖାନା ପ୍ରତିଷ୍ଠା କରିବା ସହ କିନରମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ଓ ଯୌନକର୍ମୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ସଂଗଠନର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ. ଚଳିତବର୍ଷ ଠାରୁ ଏହି ସଂଗଠନ ଭୁବନେଶ୍ୱର, କଟକ, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରାଥମିକସ୍ତରରେ ସାମାଜିକ ସେବା ଆରମ୍ଭ କରିବ. ଏହାପରେ ସାରା ଓଡିଶାରେ କାର୍ଯ୍ୟ କରିବାରେ ଲକ୍ଷ୍ୟ ରଖିଛି ବୋଲି ଉର୍ଜରା ସାମାଜିକ ଟ୍ରଷ୍ଟର ଓଡିଶା ସଭାପତି ପ୍ରଜାପତି ସୁଶୀଲ କୁମାର ରଣା ଏକ ସାମ୍ବାଦିକସମିଳନୀରେ ଘୋଷଣା କରିଛନ୍ତି. ଏହି ସାମ୍ବାଦିକ ସମିଳନୀରେ ଉର୍ଜରୀ ସାମାଜିକ ସେବା ଟ୍ରଷ୍ଟର ରାଷ୍ଟ୍ରୀୟ ଅଧକ୍ଷ ରାଜେଶ ମିଶ୍ର, କୋଷାଧକ୍ଷ ଚନ୍ଦ୍ରକାନ୍ତ ସଲମା ବଳିୟାରସିଂହ, ସମ୍ପାଦକ ସୁରେଶ କୁମାର ମାଝୀ, ପ୍ରଚାର ସଚିବ ଲଗ୍ନ ଦୀପ ମିଶ୍ର, ମୁଖପାତ୍ର ସନ୍ଦୀପ ମହାନ୍ତି, କୋଷାଧକ୍ଷ ଅରୁଣ କୁମାର ଜେନା, ମହା ସଚିବ ଶିବ ଶଙ୍କର ଡାକୁଆ, ଉପଦକ୍ଷ ତନ୍ମୟ ସାମନ୍ତରାୟ, ସଂଗଠନର ସଚିବ ହରିତିକ ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *