ଆସୁଛନ୍ତି ପ୍ରଧାନମନ୍ତ୍ରୀ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପିର ଶୋଚନୀୟ ପରାଜୟ ପରେ ମୋଦିଙ୍କ ଫୋକସରେ ଓଡିଶା । ଆସନ୍ତା ମାସରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାମାସ ୫ ଓ ୧୬ ତାରିଖରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଓ ଗଂଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଅର୍ଥାତ୍ ଦୁଇ ମାସରେ ତିନି ତିନି ଥର ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଘନ ଘନ ଓଡିଶା ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ରାଜ୍ୟ ବିଜେପି କହିଛି, ଦଳ ନିର୍ବାଚନକୁ ଆଖି ଆଗରେ ରଖି କିଛି କରେନାହିଁ । ସବକା ସାଥ ସବକା ବିକାଶ ପରିକଳ୍ପନାକୁ ସାକାର କରିବା ପାଇଁ ଏବଂ ପୂର୍ବ ଭାରତର ବିକାଶ ପାଇଁ ନରେନ୍ଦ୍ର ମୋଦି ବାରମ୍ବାର ଆସୁଛନ୍ତି ।

Leave a Reply

Your email address will not be published. Required fields are marked *