ଆଜି ଓଡ଼ିଶା ଆସିବେ ମୋଦି । ସୁରକ୍ଷା ବ୍ୟବସ୍ଥା ରେ ନିୟୋଜିତ ହେବେ ୪୫ ପ୍ଲାଟୁନ ପୋଲିସଙ୍କ ସହିତ ୩୦୦ ଅଫିସର।


ଭୁବନେଶ୍ବର,
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି୤ ଖୋର୍ଦ୍ଧା ଜିଲା ସଦର ମହକୁମାର ମୁକୁନ୍ଦପ୍ରସାଦ ନିକଟସ୍ଥ ଗୋଶାଳା ପଡିଆରେ ଆୟୋଜିତ ଏକ ଜନସଭାରେ ଉଦ୍ବୋଧନ ଦେବେ୤ ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି୤ ସଭାସ୍ଥଳିକୁ ପାଣି ବୋତଲ ଓ ପାଉଚ୍ ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି୤ ସୁରକ୍ଷା ପାଇଁ ୪ ଏସପି, ୩୦ ଡିଏସପି, ୧୦ ଏଏସପି, ୪୫ ପ୍ଲାଟୁନ ପୋଲିସ, ପାର୍କିଂ ପାଇଁ ୫ଟି ସ୍ଥାନ ସଂରକ୍ଷଣ ରଖାଯାଇଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶିନୀ ଓ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ପରେ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି୤ ୫ ଏସଓଜି ଗ୍ରୁପ୍ ସଭାସ୍ଥଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରୁଛନ୍ତି୤ ମକ୍ ଡିଲ ପାଇଁ କାର୍ଗୁଡିକ ପ୍ରସ୍ତୁତ ହୋଇରହିଛି ବୋଲି ସେ କହିଛନ୍ତି୤
ତେବେ ଖୋର୍ଦ୍ଧାରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାର ସୁରକ୍ଷା ବ୍ୟବସ୍ଥାକୁ କମିଶନରେଟ ପୋଲିସ ପକ୍ଷରୁ ବେଶ୍ କଡ଼ାକଡ଼ି କରି ଦିଆଯାଇଛି୤ ମୋଦିଙ୍କ ଏହି ସଭାକୁ ପାଣି ବୋତଲ ଓ ପାଣି ପାଉଚ୍ ନେବା ଉପରେ ପୋଲିସ କଟକଣା ଲଗାଇଛି୤ ଏହା ସହିତ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଗାଡି ପାର୍କିଂ ପାଇଁ ସଭାସ୍ଥଳ ପୂର୍ବରୁ ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି୤ ସୁରକ୍ଷା ଦୃଷ୍ଟିରୁ ୪୫ପ୍ଲାଟୁନ ଫୋର୍ସ ମୂତୟନ କରାଯିବାକୁ ସ୍ଥ଄ର କରାଯାଇଛି୤ ସେହିପରି ସଂପୂର୍ଣ୍ଣ ବରୁଣେଇ ପାହାଡ଼କୁ ପୋଲିସ କର୍ଡନ୍ରେ ରଖାଯିବାକୁ ସ୍ଥ଄ର କରାଯାଇଛି୤ ଏଡିଜି ସନ୍ତୋଷ ଉପାଧ୍ୟାୟ ଆଇଆଇଟି ପରିସରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥÒବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶିନୀ ଗୋଶାଳା ପଡ଼ିଆର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି୤ ମୋଦୀଙ୍କ ଗସ୍ତ ପାଇଁ ରବିବାର ମକ୍ ଡ୍ରିଲ୍ କରାଯାଇ ସମ୍ପୃକ୍ତ ଅଫିସରମାନଙ୍କୁ ଟ୍ରେନିଂ ଦିଆଯାଇଛି୤
ଉଲ୍ଲେଖ ଥାଉ କି, ଆସନ୍ତାକାଲି ୨୪ ତାରିଖ ପୂର୍ବାହ୍ନ ୧୧ଟା ୫ରୁ ମୋଦୀ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଦିନ ୧ଟା ୫ମିନିଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ହେଲିକପ୍ଟଟର ଯୋଗେ ଆଇଆଇଟି କ୍ୟାମ୍ପସ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ୤ ସେଠାରେ ୧ଟା ୪୦ରୁ ୨ଟା ୨୦ ମିନିଟ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ଖୋର୍ଦ୍ଧା ନାଇଜର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ୤ ସେଠାରୁ କାଯୟ୍ୟକ୍ରମ ସାରି ସେ ଅପରାହ୍ନ ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ପୋଲିସ୍ କହିଛି୤

Leave a Reply

Your email address will not be published. Required fields are marked *