ଅପରାଧୀ ସହିତ ବନ୍ଧୁକ ସହ ୨ ଖୋକା ଜବତ

କୋରାପୁଟ : ଜୟପୁର ପୋଲିସ ଅପରାଧୀ ଗୁଳି ବିନିମୟ ୫ ରାଉଣ୍ଡ ଗୁଳି ବିନିମୟ ଦୁର୍ଦାନ୍ତ ଅପରାଧୀ ଜାଭେଦ ଗିରଫ, ବନ୍ଧୁକ ସହ ୨ ଖୋକା ଜବତ । ଆଜି ଭୋର ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଜୟପୁର ଇରିଗେସନ କଲୋନୀ ନିକଟସ୍ଥ କେନାଲ ନିକଟରେ ପୋଲିସ ଅପରାଧୀ ମୁହାଁ ମୁହିଁ ହୋଇଥିଲେ । ପୋଲିସ କୁ ଦେଖି ଅପରାଧୀମାନେ ୨ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ପୋଲିସ ମଧ୍ୟ ପାଲଟା ୩ ରାଉଣ୍ଡ ଗୁଳି ଚାଳନା କରିଥିଲା । ପୋଲିସ ଦୁର୍ଦାନ୍ତ ଅପରାଧୀ SK ଜାଭେଦକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଘଟଣା ସ୍ଥଳରୁ ୨ ଜଣ ଅପରାଧୀ ଫେରାର ହୋଇଥିବାରେ ସଫଳ ହୋଇଛନ୍ତି । ଏମାନେ କୌଣସି ବଡ ଧରଣର ଡକାୟତି କିମ୍ବା ଅପହର କରିବା ପାଇଁ ଯୋଜନା କରୁଥିଲେ । ଜାଭେଦ ନାଁରେ ଜିଲ୍ଲାରେ ଡକାୟତି ହତ୍ୟା ପରି ବିଭିନ୍ନ ସଙ୍ଗିନ ମାମଲା ରହିଛି । ଗିରଫ ଜାଭେଦ ଠାରୁ ପୋଲିସ ଗୋଟିଏ ମାଉଜର ଏବଂ ମୋବାଇଲ ଜବତ କରିଥିବା ବିଷୟ ଥାନାଧିକାରୀ ବାଲେଶ୍ୱର ଗୀଧି ସୂଚନା ଦେଇଛନ୍ତି। ସେପଟେ ଚମ୍ପଟ ହୋଇଥିବା ଅପରାଧୀଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *